ଭୁବନେଶ୍ବର,୧୪/୬ : ରାଜଧାନୀ ଭୁବନେଶ୍ବରରୁ ରବିବାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ବାରୋଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏନେଇ ବିଏମସି ଟ୍ବିଟ୍ ଯୋଗେ ସୂଚନା ଦେଇଛି ।
ଆଜି ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ଶ୍ରୀବିହାରରୁ ଜଣେ ପଜିଟିଭ୍ ପରିବାର ସମ୍ପର୍କରେ ଆସି ୩ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୧ବର୍ଷୀୟ ପୁରୁଷ, ୬୫ବର୍ଷୀୟ ପୁରୁଷ ଓ ୫୮ବର୍ଷୀୟ ମହିଳା ରହିଛନ୍ତି । ସେହିପରି ଜୟଦେବ ବିହାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୭୨ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୭୨ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ଉଭୟ ଆମେରିକାରୁ ଫେରିଥିଲେ । ଶାସ୍ତ୍ରୀନଗର ୟୁନିଟ୍-୪ରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଜଣେ ୭୫ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୪୦ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ଉଭୟ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି । ସେହିପରି ଡୁମ୍ଡୁମା ଫେଜ୍-୧ରୁ ୨୨ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ପୁନେରୁ ଫେରିଥିଲେ । ସେହିପରି କଳିଙ୍ଗବିହାରରୁ ୩୪ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଓମାନ୍ରୁ ଫେରିଥିଲେ । ସତ୍ୟନଗରରୁ ଓଭର ବ୍ରିଜ୍ ନିକଟରୁ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟଷ ୩୩ବର୍ଷ । ସେ ଦିଲ୍ଲୀରୁ ଫେରିଥିଲେ । ସେହିପରି ନୟାପଲ୍ଲୀରୁ ସବର ସାହିରୁ ଜଣେ ପରୁଷ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୫୪ । ସେ ଚେନ୍ନାଇରୁ ଫେରିଥିଲେ । ରସୁଲଗଡ଼ ନେତାଜିବିହାରୁ ଜଣେ ୪୭ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀ ଗୁଡଡଗାଁଓରୁ ଫେରିଥିଲେ । ଜଦୁପୁର ବେଗୁନିଆ ମସ୍ଜିଦ୍ ନିକଟରୁ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ । ୟୁନିଟ୍-୩ ମସ୍ଜିଦ୍ କଲୋନୀରୁ ଜଣେ ୬୦ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି । ସେ କୋଲକତାରୁ ଫେରିଥିଲେ। ସମସ୍ତ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ।
ସେହିପରି ସ୍ଥାନୀୟ ମାମଲାରୁ ଯେଉଁ ୨ଜଣ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ପଳାଶୁଣି କପିଳେଶ୍ୱର ବିହାରୁ ୨୫ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ଭଦ୍ରକରୁ ଯାଇ ପେରିଥିଲେ । ଅନ୍ୟ ଜଣେ ୩୨ବର୍ଷୀୟ ପୁରୁଷ ଚିକିତ୍ସା ପାଇଁ ନିକଟରେ ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍କୁ ଯାଇଥିଲେ ।
ସୂଚନାଯୋଗ୍ୟ ବତ୍ତର୍ମାନ ସୁଦ୍ଧା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳ ୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୮ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।