ଓଡ଼ିଶାରେ ଆଜି ୪୬୯ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୩୬ ଜଣ

ଭୁବନେଶ୍ୱର,୫/୭ : ରାଜ୍ୟରେ ମାଡ଼ି ଚାଲିଛି କରୋନା ଭୂତାଣୁ । ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଜି ପୁଣି ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୧୧୬, ଖୋର୍ଦ୍ଧା ୨୭, ଅନୁଗୁଳ ୧୧, ବାଲେଶ୍ଵର ୮, ଭଦ୍ରକ ୧୬, ବଲାଙ୍ଗୀର ୩, କଟକ ୯୪, ଗଜପତି ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ୨୫, କନ୍ଧମାଳ ୧,କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୫, କେଉଁଝର ୨୫, ମାଲାନଗିରିରେ ୧ଜଣ ମୟୂରଭଞ୍ଜ ୬, ନବରଙ୍ଗପୁର ୨, ନୟାଗଡ ୨୪, ପୁରୀ ରେ ୮,ସମ୍ବଲପୁରରେ ୧୩, ସୁନ୍ଦରଗଡ଼ ୬୬ ଜଣ, ଏନ୍ ଡି ଆର୍ ଏଫ୍ ର ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୫୨ ଜଣ ସ୍ଥାନୀୟ ଲୋକ। ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୦୭୦ କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯୦ ଜଣ ଚିକିତ୍ସାଧୀନ ଥିବାବେଳେ ୫ ହଜାର ୯୩୪ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି।