ଭୁବନେଶ୍ବରରେ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪ ଜଣ

ଭୁବନେଶ୍ବର,୧୨/୭: ଭୁବନେଶ୍ବରରେ ଆଜି ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ‌ରୁ ୩୬ ଓ ସ୍ଥାନୀୟ ଆକ୍ରାନ୍ତ ୨୬ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୪ରେ ପହଞ୍ଚିଛି । ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଜଣ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ୩୨୭ଜଣ ସୁସ୍ଥ ହୋଇଛନ୍ତି ଓ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।