କଟକ ଜିଲ୍ଲାରେ ଆଜି ସର୍ବାଧିକ ୯୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୧୩/୬: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ରେକର୍ଡ ୨୨୫ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ଆଜି ସର୍ବାଧିକ ୯୨ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ୪୩ ଜଣ ଏବଂ ନରସିଂହପୁର ବ୍ଲକ୍‌ରୁ ୨୬ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ନିଆଳିରୁ ୧୧, ମାହାଙ୍ଗାରୁ ୫, ଡମପଡ଼ାରୁ ୪ଜଣ ଓ କଟକ ସହରରୁ ଜଣେ ପ୍ରବାସୀଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଥିବା ରିପୋର୍ଟ ମିଳିଛି । ଅଧିକାଂଶ ଆକ୍ରାନ୍ତ ପ୍ରବାସୀ ଓ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ମାହାଙ୍ଗାରୁ ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରେ ଜଣେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଜଗୁଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୯୨ ନୂତନ କରୋନା ଆକ୍ରାନ୍ତ ରୋଗୀଙ୍କୁ ମିଶାଇ କଟକ ଜିଲ୍ଲାରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୧୧ ରେ ପହଁଞ୍ଚିଥିବା ଜଣାପଡିଛି । ବର୍ତ୍ତମାନ ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ କରୋନା ରୋଗୀ କଟକ ଜିଲ୍ଲାର ହୋଇଥିବା ଜଣାପଡିଛି । କଟକ ଜିଲ୍ଲାରେ ବର୍ତ୍ତମାନ ରାଜ୍ୟର ସବୁଠାରୁ ଅଧିକ ୧୮୬ କରୋନା ରୋଗ ଚିତ୍କିସିତ ହେଉଥିବା ଜଣାପଡିଛି ।