କଟକ,୭ /୧: ଆଜିଠାରୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ସିଏମସି ପ୍ରଶାସନ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଏସଓପି ଜାରି କରିଛି । ନୂତନ ବ୍ୟବସ୍ଥା ମୁତାବକ ଟୋକନ୍ ଵ୍ୟଵସ୍ଥାରେ ଧର୍ମାନୁଷ୍ଠାନରେ ପ୍ରଵେଶ କରିଵେ ଭକ୍ତ। ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଧର୍ମାନୁଷ୍ଠାନ ନଆସିଵାକୁ ପରାମର୍ଶ ଦିଆଯାଇଛି।
ସେହିପରି ୬୫ଵର୍ଷରୁ ଅଧିକ ଵୟସ୍କ ଵ୍ୟକ୍ତି ଧର୍ମାନୁଷ୍ଠାନ ନଆସିଵାକୁ ମଧ୍ୟ ପରାମର୍ଶ ଦେଇଛି ସିଏମ୍ ସି । ତେବେ ସିଏମ୍ ସି ଦ୍ଵାରା ଜାରି ହୋଇଥିବା ଏସଓପି କିପରି କଡାକଡି ଭାବେ ପାଳନ କରାଯିବ ସେ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଧ୍ୟାନ ଦେବ । ସେହିପରି ମନ୍ଦିର ଭିତରକୁ ଏକକାଳୀନ ୨ ଜଣ ଭକ୍ତ ପ୍ରବେଶ କରିବେ ଏବଂ ଭକ୍ତ ଓ ସେବାୟତଙ୍କ ଭିତରେ ମଧ୍ୟ ଦୂରତା ବଜାୟ ରଖିବାକୁ ସିଏମ୍ ସି ପକ୍ଷରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।