ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱ,୯/୨: ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସେହିପରି ମନ୍ତ୍ରୀ ପରିଷଦର ବୈଠକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।

ଆସନ୍ତା ୧୮ରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ୨୨ରେ ବଜେଟ୍‌ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା ଆର୍ଥିକ ବର୍ଷର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିବ । ଏହାପରେ ସନ୍ଧ୍ୟା ୬ଟାରେ ବସିବ କ୍ୟାବିନେଟ୍‌ ବୈଠକ । ଆଜିର କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟ ମୋହର ଲାଗିବାର ସମ୍ଭାବନା ରହିଛି ।