ଆଜିର ରାଶିଫଳ (ଗୁରୁବାର)

ତା : ୩୧ / ୧୨ / ୨୦୨୦

ମେଷ : ସାହାର୍ଯ୍ୟ ଓ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଠିକ୍‌ ନିଷ୍ପତ୍ତି ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ପରିଶ୍ରମର ଫଳ ଶୀଘ୍ର ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବୃଷ : ଅନ୍ୟମାନଙ୍କର ଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ବେପାରରେ ଲାଭ ହେବ।

ମିଥୁନ : ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । କାନକୁହା କଥା ଶୁଣି ଉପର ଅଧିକାରିମାନେ ଖପ୍ପା ହୋଇପାରନ୍ତି । ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଅଫିସରେ ନିଜ କାମକୁ ମନୋଯୋଗରେ କରିବେ।

କର୍କଟ : ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ନଚେତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଭାବିଥିବା କାମ ସହଜରେ ସ˚ପୂର୍ଣ୍ଣ ହେବ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ରାଜନୀତିରେ ମନସ୍କାମନା ପୂରଣ ହେବ।

ସି˚ହ : ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯିବେ । ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା : ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସହକର୍ମୀଙ୍କ ସାହାର୍ଯ୍ୟରେ ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବେ । ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। ଦୁଃଖରେ ଥିବା ବନ୍ଧୁଙ୍କୁ ସାହାଯ୍ୟ କରିବେ।

ତୁଳା : କ୍ୟାରିୟର ଲାଗି ନୂଆ ସୁଯୋଗ ପାଇବେ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ବେପାର କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ।

ବିଛା : କୌଶଳରେ କାମ ହାସଲ କରିପାରିବେ । ପ୍ରଶାସନିକ ସ୍ତରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

ଧନୁ : ସାମାନ୍ୟ ବଚସାରୁ ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ । ଦିନଟି ବ୍ୟସ୍ତତାରେ କଟିବ। ଟଙ୍କା ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ପରିବାରରେ ସୁଖଦ ବାତାବରଣ ରହିବ।

ମକର : ଭୁଲ୍ ବୁଝାମଣା କାରଣରୁ ପଡୋଶୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ । ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କୁମ୍ଭ : ବିଭିନ୍ନ କଥା ଚିନ୍ତା କରି ମାନସିକ ସ୍ଥିତି ଭଲ ରହି ନ ପାରେ । ଅଫିସ କାମ ହାସଲ ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇ ଉଠିବ ।ଭାବିଥିବା କାମ ବିନା ବାଧାବିଘ୍ନରେ ପୂରା ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ମୀନ : ଦିନଟି ବିଶେଷ କାମ ଲାଗି ଭଲ। ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନା ମନଃସ୍ଥିତିକୁ ଦୃଢ କରିପାରେ । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତି ଲାଭ କରିବେ । ଲୋକେ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟରେ ଗତିରୋଧ ଦୂର ହେବ।