ଆଜିର ରାଶିଫଳ (ବୁଧବାର)

ତା : ୩ / ୩ /୨୦୨୧

ମେଷ: ମନରେ ସେବାଭାବ ଜାଗ୍ରତ ହୋଇପାରେ। ବନ୍ଧୁ ମିଳନର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ କଲ୍ୟାଣକାରୀ ହେବ। ସୁଖୀ ହେବେ।

ବୃଷ: ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ସମ୍ମାନିତ ହେବେ। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି ; ମାତ୍ର ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମିଥୁନ: ଆକସ୍ମିକ ଧନଲାଭର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ଲଟେରି ବା ସେୟାର ମାର୍କେଟ ଦ୍ୱାରା ଅଧିକ ଧନପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

କର୍କଟ: ଦାନ-ଧର୍ମକୁ ଶ୍ରେୟ ମଣିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷିରୁ ଲାଭ ମିଳିବ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଯାନବାହନ ସୁଖ ମିଳିବ।

ସିଂହ: ଈଶ୍ୱର ବିଶ୍ୱାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ଥଣ୍ଡା କଫରେ ସାମୟିକ ପୀଡ଼ା ଅନୁଭବ କରିପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।

କନ୍ୟା: ସହନଶୀଳଳ ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କ ଠାରୁ ସହାୟତା ମିଳିବ। ବ୍ୟବସାୟରୁ ଅଧିକ ଧନ ଲାଭ ହୋଇପାରେ।

ତୁଳା: ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ୟ୍ୟଯୁକ୍ତ ହେବେ। ରୋଜଗାରର ମାତ୍ରା ବୃଦ୍ଧି ହୋଇପାରେ। ସୈନିକମାନେ ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିବେ। ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ।

ବିଛା: ଗର୍ବ ପରିମାଣ ବୃଦ୍ଧି ହୋଇପାରେ। କର୍ମଚଞ୍ଚଳ ରହିବେ। ବ୍ୟବସାୟରୁ ଆଶାନୁରୂପ ଲାଭ ମିଳିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ଅନୁଭବ କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ମଧୁର କଥାରେ ପରକୁ ଆପଣାର କରନ୍ତି।

ଧନୁ: କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର ମନ୍ତ୍ରାଦି ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ। ଯାନବାହନ ସୁଖ ମିଳିବ।

ମକର: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।

କୁମ୍ଭ: ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ମୀନ: ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆୟ ବାଧାପ୍ରାପ୍ତ ହୋଇପାରେ। ସର୍ଦ୍ଦି, ଥଣ୍ଡା, କଫରେ ଆକ୍ରାନ୍ତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।