ନୂଆଦିଲ୍ଲୀ, ୦୪/୧୨ : ପ୍ରତିବର୍ଷ ୪ ଡିସେମ୍ବର ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ । ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ । ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାମୁଦ୍ରିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା। ୧୯୭୧ ରେ ଭାରତ-ପାକିସ୍ଥାନ ଯୁଦ୍ଧ ହୋହୋଇଥିଲା। ଯୁଦ୍ଧ ସମୟରେ ପାକିସ୍ତାନ ୩ ଡିସେମ୍ବରରେ ଭାରତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା। ସେମାନଙ୍କର ଆକ୍ରମଣାତ୍ମକ ଆକ୍ରମଣର ଜବାବରେ ଭାରତୀୟ ନୌସେନା ୪ ଏବଂ ୫ ଡିସେମ୍ବର ରାତିରେ ଆକ୍ରମଣ କରିବାକୁ ଯୋଜନା କରିଥିଲା, କାରଣ ପାକିସ୍ତାନରେ ବିସ୍ଫୋରଣ କରିବାର ବିମାନ ନଥିଲା। ଏହି ଆକ୍ରମଣରେ ପାକିସ୍ତାନୀ ନୌସେନାର ଶତାଧିକ କର୍ମଚାରୀ ନିହତ ହୋଇଥିଲେ। କମୋଡୋର କାସରଗୋଡ ପଟ୍ଟାନସେଟ୍ଟି ଗୋପାଳ ରାଓ ଭାରତୀୟ ନୌସେନାର ସମ୍ପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ନେଇଥିଲେ।
୪ ଡିସେମ୍ବର ୧୯୭୧ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏଥିରେ ଆଇଏନଏସ ନିପଟ, ଆଇଏନଏସ ନିର୍ଘାତ ଓ ଆଇଏନଏସ ବୀର ପରି ଅତ୍ୟାଧୁନିକ ଲଢୁଆ ମିସାଇଲ ବୋଟର ବ୍ୟବହାର କରାଯାଇଥିଲା। ଭାରତୀୟ ନୌସେନା କରାଚି ପୋର୍ଟ ଉପରେ ରାତି ସମୟରେ ଆକ୍ରମଣ କରିଥିଲା। କରାଚି ପୋର୍ଟର ୩ ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଥିଲା ଭାରତୀୟ ଯୁଦ୍ଧ ଜାହାଜ। ଏହାସହ ଗୋଟିଏ ତେଲ ଡିପୋ ଓ ଅନ୍ୟ ମୁଲ୍ୟବାନ ସମଗ୍ରୀରେ ନିଆଁ ଲଗାଇ ଦେଇଥିଲେ। ଭାରତୀୟ ନୌସେନାର ଶକ୍ତି, ସାହସ ଓ ପରାକ୍ରମର ପ୍ରତୀକ। ନୌସେନା ଦିବସ କେବଳ ନୌସେନାର ବୀରତ୍ବର କାହାଣୀ କହେନି, ବରଂ ଦେଶର ସୁରକ୍ଷାରେ ନୌସେନାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ।