ଆଜି ମନ୍‍ କୀ ବାତ୍‍ର ୧୩୧ତମ ସଂସ୍କରଣ, ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୨/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୧ଟା ସମୟରେ ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ । ଏହା ମନ୍‍ କୀ ବାତ୍‍ର ୧୩୧ତମ ସଂସ୍କରଣ ହେବ । କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍‍ସାଇଟ୍‍ ଓ ନ୍ୟୁଜ୍‍ ଅନ୍‍ ଏ.ଆଇ.ଆର୍‍. ମୋବାଇଲ୍‍ ଆପ୍‍ରେ ଉପଲବ୍ଧ ହେବ । ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍‍, ପି.ଏମ୍‍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯୁଟ୍ୟୁବ୍‍ ଚ୍ୟାନେଲ୍‍ରେ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍‍ କୀ ବାତ୍‍ ପ୍ରସାରଣ କରାଯିବ । ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି ୮ଟାରେ ପ୍ରସାରଣ କରାଯିବ ।