ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୮ତମ ଜନ୍ମଜୟନ୍ତୀ

ଭୁବନେଶ୍ଵର, ୦୯/୧୦ : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୮ତମ ଜନ୍ମଜୟନ୍ତୀ। ଏକାଧାରାରେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସଂସ୍କାରକ ତଥା ସାହିତ୍ୟିକ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ ଜଣାଶୁଣା ଥିଲେ। ୧୯୦୯ ମସିହାରେ ସାକ୍ଷୀଗୋପାଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମାଡି ଆସିଲେ ଏବେ ମଧ୍ୟ ଉତ୍କଳୀୟଙ୍କ ହୃଦୟରେ ଦାସେ ଉଙ୍କି ମାରନ୍ତି। ଜାତୀୟ ଚେତନା, ଜାତୀୟ ଶିକ୍ଷା ବ୍ୟବସ୍ଥା ସହିତ ଏକ ସ୍ୱତନ୍ତ୍ର ଉତ୍କଳ ଗଠନରେ ଉତ୍କଳମଣିଙ୍କ ଭୂମିକା ସ୍ୱତନ୍ତ୍ରସ୍ଥାନ ରହିଛି। ଏପରିକି ଗୋପବନ୍ଧୁ ଦାସ ଜଣେ ଲୋକପ୍ରିୟ କବି ଥିଲେ। ତାଙ୍କ କବିତାରେ ସଦାସର୍ବଦା ଅନେକ ସିଖଣିୟ କଥା ରହୁଥିଲା। ତେବେ ତାଙ୍କର ସାରସ୍ୱତ ରଚନା ମଧ୍ୟରୁ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’, ‘ନଚିକେତା ଉପାଖ୍ୟାନ’, ‘ଗୋ-ମାହାତ୍ମ୍ୟ’, ‘ଅବକାଶ ଚିନ୍ତା’ ଥିଲା ଅନ୍ୟତମ। ଉତ୍କଳମଣିଙ୍କ ଜୟନ୍ତୀକୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଏବଂ ଛାତ୍ରଛାତ୍ରୀମାନେ ତାଙ୍କ ଜନ୍ମମାଟି ସୁଆଣ୍ଡୋ,ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଏବଂ ବିଭିନ୍ନ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ପାଳନ କରିଛନ୍ତି। ଏହାସହିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ, ଦେଶଭକ୍ତି ଏବଂ ମାନବାପାଣିଆ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏପରିକି ଗୋପବନ୍ଧୁ ଥିଲେ ପରଶମଣି। ତାଙ୍କ ସଂସ୍ପର୍ଶରେ ଯିଏ ଆସିଛନ୍ତି ସେମାନେ ଜନମାନସରେ ଆଦ୍ରୁତ ହୋଇପାରିଛନ୍ତି ବୋଲି ଅତିଥି ମାନେ କହିଥିଲେ।

SBI_Festive_Digital Billboard