ବିହାର ବିଧାନସଭା ନିର୍ବାଚନ : ଆଜି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ

ନୂଆଦିଲ୍ଲୀ, ୨୩/୧୦ : ବିହାର ବିଧାନସଭାର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ । ଆସନ୍ତା ମାସ ୧୧ ତାରିଖରେ ରାଜ୍ୟ ବିଧାନସଭାର ମୋଟ୍ ୨୪୩ଟି ଆସନ ମଧ୍ୟରୁ ଏହି ପର୍ଯ୍ୟାୟରେ ୧୨୨ଟି ଲାଗି ମତ ଗ୍ରହଣ କରାଯିବ । ଅବଶିଷ୍ଟ ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ଭୋଟ ଗ୍ରହଣ ହେବ । ବିହାର ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି । ଜନତା ଦଳ ସଂଯୁକ୍ତର ଜାତୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୋପାଳଗଞ୍ଜ ଓ ସିଓ୍ୱାନ୍ ଜିଲ୍ଲାର କଟେୟା, ରଘୁନାଥପୁର, ରାହାରିଆ ଆଦି ସ୍ଥାନରେ ଆୟୋଜିତ ଜନସମାବେଶ ଗୁଡ଼ିକରେ ରେ ଉଦ୍‌ବୋଧନ ଦେଇଛନ୍ତି । ଯଦି ଏନ୍.ଡି.ଏ. କ୍ଷମତାକୁ ପୁନର୍ବାର ଆସେ ତେବେ ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାର ସ୍ଵପ୍ନ ସ ସାକାର ହୋଇପାରିବ । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ଉପମୁଖ୍ୟମା ମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି ଗୟାଜିଠାରେ ଆୟୋଜିତ ଏକ ଜନସମ ନସମାବେଶରେ ଉଦ୍‌ବୋଧନ ଦେଇ କହିଛନ୍ତି, ରାଜ୍ୟରେ ଏନ୍.ଡି.ଏ. ପୁନଃ କ୍ଷମତାସୀନ କ୍ଷମ ହେଲେ ଡବଲ ଇଞ୍ଜିନ୍ ସରକାର ଦ୍ବାରା ବିହାରର ବିକାଶ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇପାରିବ । ଲୋକଜନଶକ୍ତି ପାର୍ଟି ରାମବିଳାଶର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ୍ ମଧ୍ୟ ଆଜି ଖାଗାରିଆଠାରେ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇଛନ୍ତି ।

SBI_Festive_Digital Billboard