ଭୁବନେଶ୍ଵର,୨୯ /୯ : ଆଜି ରାଜ୍ୟରୁ ୩,୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦ ଓ ଷ୍ଟେଟ ପୁଲରୁ ୨୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୨୫୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୧୨୯, ବାଲେଶ୍ଵରରୁ ୧୪୬, ବରଗଡ଼ରୁ ୬୯, ଭଦ୍ରକରୁ ୫୯ ଓ ବଲାଙ୍ଗୀରରୁ ୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବୌଦ୍ଧରୁ ୪୫, ଦେବଗଡ଼ରୁ ୧୫, ଢେଙ୍କାନାଳରୁ ୯୧, ଗଜପତିରୁ ୨୧, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୦, ଝାରସୁଗୁଡାରୁ ୯୬, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୮୧, କେନ୍ଦ୍ରାପଡାରୁ ୯୪, କେନ୍ଦୁଝରରୁ ୮୧, କୋରାପୁଟରୁ ୫୫,ମାଲକାନଗିରି୨୪, ମୟୂରଭଞ୍ଜରୁ ୧୪୩, ନବରଙ୍ଗପୁରରୁ ୫୮, ନୟାଗଡରୁ ୬୮, ନୂଆପଡାରୁ ୮୫, ପୁରୀରୁ ୧୭୮, ରାୟଗଡାରୁ ୪୧, ସମ୍ବଲପୁରରୁ ୯୮, ସୁବର୍ଣ୍ଣପୁରରୁ ୨୨ ଓ ସୁନ୍ଦରଗଡରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।