ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ

କଲମ୍ବୋ,୨୩/୭ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍‍ ମ୍ୟାଚ୍‍ ଆଜି କଲମ୍ବୋର ଆର୍‍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଭାରତ ପୂର୍ବର ଦୁଇଟିଯାକ ମ୍ୟାଚ୍‍ ଜିତି ସାରିଥିବାରୁ ଏହି ମ୍ୟାଚ୍‍ ଜିତି ସିରିଜ ମୂଳପୋଛ କରିବାଲାଗି ଲାଗି ଉଦ୍ୟମ କରିବ ବୋଲି ଆଶା କରାଯାଉଛି।

ତେଣେ ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ୍‍କୁ ଶେଷ ମୁହୂର୍ତ୍ତରେ ହାତଛଡ଼ା କରିଥିବାରୁ ଚୂଡ଼ାନ୍ତ ମ୍ୟାଚରେ ନିଶ୍ଚିତ ଜିତିବାକୁ ଜୋରଦାର ଉଦ୍ୟମ କରିବ। ଭାରତ ପ୍ରଥମ ଦିନିକିଆରେ ୭ ୱିକେଟରେ ଏବଂ ଦ୍ବିତୀୟ ଦିନିକିଆରେ ୩ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।