ଚାଷୀଙ୍କ ପାଇଁ ଜନ୍ମଦିନ ପାଳିବେନି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮ /୧୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖରେ ନିଜର ଜନ୍ମଦିନ ପାଳିବେ ନାହିଁ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ଚାଷୀମାନେ ଧାରଣାରେ ବସି ଆନ୍ଦୋଳନ ଚଳାଇଛନ୍ତି।

କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରୁଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବନ୍ଦ ପାଳନ ଜାରି ରହିବ। ଏହାକୁ ୨୪ଟି ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟି​‌ରେ​ ଦେଇ ସୋନିଆ ଗାନ୍ଧୀ ଏବର୍ଷ ଜନ୍ମଦିନ ପାଳି​‌ବେ ନାହିଁ ବୋଲି କହିଛନ୍ତି।