ମାଓ ନେତା ସୁନୀଲ ଗଞ୍ଜୁ ଗିରଫ

ଭୁବନେଶ୍ୱର, ୧୪/୧୦ : ଗୋଟିଏ ପରେ ଗୋଟିଏ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ଏହି କ୍ରମରେ ଝାଡ଼ଖଣ୍ଡ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଦୁର୍ଦ୍ଦାନ୍ତ ମାଓ ନେତା ସୁନୀଲ ଗଞ୍ଜୁ ଗିରଫ ହୋଇଛି । ଗତକାଲି ହଜାରିବାଗ ପୋଲିସ ଅଧିକାରୀ ଅମିତ ଆନନ୍ଦଙ୍କ ନେତୃତ୍ୱରେ ଜୋରାକଟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିଲା । ଏହି ସମୟରେ ଚାନ୍ଦା ଆଦାୟ କରୁଥିବା ୪-୫ ସନ୍ଦିଗ୍ଧଙ୍କୁ ପୋଲିସ ଦେଖିଥିଲା । ସେମାନଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଅନ୍ୟମାନେ ଫେରାର ହେବାରେ ସଫଳ ହୋଇଥିବାବେଳେ ସୁନୀଲ ଗଞ୍ଜୁ ପୋଲିସ ହାତରେ ଲାଗିଥିଲା । ସୁନୀଲର ଘର ଚତରା ଜିଲ୍ଲା ପଥଲଗଡ୍ଡା ଥାନା ସିମରାତରୀ ଗ୍ରାମରେ ଅଟେ । ସୁନୀଲର ଅପରାଧୀ ତାଲିକା ବହୁତ ଲମ୍ବା । ତା ନାଁରେ ୫୪ଟି ଅପରାଧିକ ମାମଲା ରହିଛି । ୧୯୯୦ରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲା । ୧୯୯୩ରେ ହଜାରିବାଗ ପୋଲିସ ସହିତ ଗୁଳି ବିନିମୟ ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ପାଞ୍ଚ ବର୍ଷ ପରେ ୧୯୯୮ରେ ସେ ଜେଲରୁ ମୁକ୍ତ ହୋଇଥିଲା । ଜେଲରୁ ମୁକୁଳିବା ପରେ ସେ ପୁଣି ଥରେ ମାଓ କାର‌୍ୟ୍ୟକଳାପରେ ଲିପ୍ତ ରହିଥିଲା । ହଜାରିବାଗ ଥାନା ବେଲତୁରେ ମାଓବାଦୀଙ୍କ ହିଂସା କାଣ୍ଡ ମାମଲାରେ ପୁଣି ଥରେ ୨୦୦୪ରେ ଗିରଫ କରାଯାଇଥିଲା ।

SBI_Festive_Digital Billboard