କଟକ, ୨୦/୧୦ : ଝାଡୁମାରି ରାସ୍ତା ସଫା କରିଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତଙ୍କୁ ସମ୍ମାନୀତ କରିଛି ପୋଲିସ କମିଶନରେଟ୍ । ଜାତୀୟ ରାଜପଥରେ ପଡିଥିବା ଚିପସ ଯୋଗୁଁ ଦୁର୍ଘଟଣା ଘଟୁଥିଲା । ଏହା ଦେଖି ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତ ପାଖ ଦୋକାନରୁ ଝାଡୁ ଆଣି ରାସ୍ତା ସଫା କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।
ଗତ ୧୭ ତାରିଖ ଅପରାହ୍ନ ୪ ଟା ବେଳର ଦୃଶ୍ୟ। ଜଣେ ଟ୍ରାଫିକ କନେଷ୍ଟବଳ ଶିଖରପୁର ଜାତୀୟ ରାଜପଥରେ ଝାଡୁ ଧରି ରାସ୍ତ ସଫା କରୁଥିଲେ । ଏଥିପାଇଁ କଟକର ସେଇ ଝାଡୁ କରିଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତଙ୍କୁ ପୋଲିସ କମିଶନର ପୁରଷ୍କୃତ କରିଛନ୍ତି। ଗତ ୧୭ ତାରିଖରେ ଲଳିତ ଶିଖରପୁର ଛକରେ ଡ୍ୟୁଟି କରୁଥିଲେ। ଆଉ ଏହି ସମୟରେ ଜାତୀୟ ରାଜପଥରେ ପଡି ରହିଥିବା ଚିପ୍ସ ଦ୍ବାରା ଲୋକଙ୍କ ଗାଡି ଖସି ଦୁର୍ଘଟଣାର ଶୀକାର ହେଉଥିଲେ।

ଏହା ଦେଖି ଡ୍ୟୁଟି କରୁଥିବା ଲଳିତ ପାଖ ଦୋକାନରରୁ ଝାଡୁ ଆଣି ନିଜେ ରାସ୍ତା ସଫା କରିଥିଲେ। ତେବେ ଜଣେ ଟ୍ରାଫିକ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଜନ ସାଧାରଣ କିଭଳି ରାସ୍ତାରେ ଠିକରେ ଯିବା ଆସିବା କରିବେ ସେନେଇ ଝାଡୁ ଧରିବାକୁ ବି ପଛାଇ ନଥିଲେ କଟକ ଟ୍ରାଫିକ ପୋଲିସର ଏହି ଟ୍ରାଫିକ କନେଷ୍ଟବଳ। ଏହି ଘଟଣାଟିକୁ ଫାଖରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡ କରିନେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲଳିତଙ୍କ ନିକଟକୁ ଛୁଟି ଥିଲା ପ୍ରଶଂସାର ସୁଅ।
ଆଜି ଏହାକୁ ନେଇ ଲଳିତଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ପୁଲିସ କମିଶନର ସଂଧାଶୁ ଷଢଙ୍ଗୀ। ଭୁବନେଶ୍ୱର ପୋଲିସ ସେବା ଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଛି।