ନୂଆଦିଲ୍ଲୀ, ୧୫/୧୦ : ପାକିସ୍ତାନର ପେଶାୱାରରେ ଗୁରୁବାର ଏକ ହୃଦୟବିଦାରକ ଅଘଟଣ ସାମ୍ନାକୁ ଆସିଛି । ଏକ ଘରୋଇ ସ୍କୁଲର ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୨୮ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ମୋଟ ୨୯ ଜଣଙ୍କର ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ପେଶାୱାରର ଅନ୍ତର୍ଭୁକ୍ତ ଦୀର କଲୋନୀ ଅଞ୍ଚଳରେ ଥିବା ଏକ ପ୍ରାଇଭେଟ୍ ସ୍କୁଲରେ ଘଟିଛି ।