ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ : ଧାରଣାରେ ପଡିରହିଛ ଖଣ୍ଡବିଖଣ୍ଡିତ ମୃତ ଦେହ

ରାଉରକେଲା, ୪/୨ : ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଚ ମହିପାଣି ନିକଟରେ ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ଘଟିଛି ‌। ଦୁର୍ଘଟଣା ସ୍ଥଳରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ବନବିଭାଗ ରେଳବାଇକୁ ଦାୟୀ କରିଛି । ତେବେ ରେଳବାଇ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହାତୀପଲ ଟ୍ରେନ୍‌ ଲାଇନ୍‌ ପାର୍‌ ହେଉଥିଲାବେଳେ ହଠାତ୍‌ ଏକ ମାଲବାହୀ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।