ଭୁବନେଶ୍ୱର, ୦୩/୧୦ : କିଟ୍ ଓ କିସ୍ ପରିବହନ ବିଭାଗରେ ପାଳିତ ହୋଇଛି ଦଶହରା । କିଟ୍, କିସ୍ ଓ କିମ୍ସରେ ଥିବା ପ୍ରାୟ ୫୦୦ଟି ଗାଡ଼ି ଏକାଠି ପୂଜା କରାଯାଇଥିଲା। ଆୟୋଜିତ ଯଜ୍ଞରେ କିସ୍ ଓ କିଟ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ସମସ୍ତ କର୍ମଚାରୀଙ୍କୁ ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ କିଟରେ ଇଭି ଗାଡିର ପ୍ରଚଳନ ଏବଂ ମହିଳା ଡ୍ରାଇଭରଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଥିଲେ ଡ. ସାମନ୍ତ । ଶେଷରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ନିଜର ବାଇକରେ କିଟ୍ କ୍ୟାମ୍ପସରୁ କୋଏଲ କ୍ୟାମ୍ପସ ପର୍ଯ୍ୟନ୍ତ ବାଇକ୍ ଚଳାଇଥିଲେ ।
