ଭୁବନେଶ୍ୱର, ୨୩/୧୧ : ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ । ବିଳମ୍ବିତ ରାତିରେ ଆନ୍ନଦପୁର ରାମଚନ୍ଦ୍ରପୁର ଥାନା ମଛାଳୋ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି । ଘସିପୁରା ଥାନା ପୁରୁଣିଆ ଗାଁର ୧୨ ଜଣ ଲୋକ ଏକ ଟ୍ରାଭେଲରରେ ପୁରୀ ବାହାରିଥିଲେ ଜଗନ୍ନାଥ ଦର୍ଶନ ପାଇଁ । ହେଲେ କିଛି ବାଟ ଯିବା ପରେ ଭାରସାମ୍ୟ ହରାଇ ଏକ ଓଲଟି ପଡିଥିଲା । ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଗୁରୁତର ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।