ପୁରୁଣା ଭୁବନେଶ୍ୱର,୨୬/୭: ପୁରଣା ଭୁବନେଶ୍ୱରକୁ ସବୁଜିମା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିର ଅମ୍ଲଜାନ ଆବଶ୍ୟକତାକୁ ଦୃଷ୍ଠିରେ ରଖି ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଠି କରିବା ପାଇଁ ଏକ ବ୍ୟାପକ ବୃକ୍ଷରୋପଣ କାଯ୍ୟକ୍ରମ ଶ୍ରୀ ଲିଗଂରାଜ ସେନା ଏବଂ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଗଂଗାଯମୁନା କଲୋନୀ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଉଭୟ ଅନୁଷ୍ଟାନର ଶତାଧିକ କର୍ମକର୍ତ୍ତା ଯୋଗଦାନକରି କାର୍ଯ୍ୟକର୍ମକୁ ସଫଳ ରୂପାୟନ କରିଥିଲେ ।

ଶ୍ରୀ ଲିଗଂରାଜ ସେନାର ସଭାପତି ରାଜେନ୍ଦ୍ର ସମର୍ଥା, ସମ୍ପାଦକ ବିରଚିଂ ନାରାୟଣ ପତି ନେତୃତ୍ୱ ନେଇଥିଲାବେଳେ ରୋଟାରୀ କ୍ଲବ ତରଫରୁ ସଭାପତି ରୋଟାରୀିଆନ ଶ୍ରୀ ମହେଶ ଜି ରଜନୀ,ସମ୍ପାଦକ ସୁଶାନ୍ତ କୁମାର ସ୍ୱାଇଁ ,ବିମ୍ବାଧର ବେହେରା,ଗିରିଶୀ ପ୍ରସାଦ ମିଶ୍ର, ବଦ୍ରୀନାରାୟଣ ସୁବୁଦ୍ଧି ,ସୂର୍ୟନାରାୟଣ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥି୍ଲେ ।ଏହି କାର୍ଯ୍ୟକ୍ରମରେ ଧୀରେନ୍ ପଟନାୟକ, କାର୍ଯ୍ୟକାରୀ ସଭାପତି ଅଚଂଳ ବଟୁ, ବେଣୁଧର ପାତ୍ର,ପ୍ରସନ୍ନ ମହାସୁଆର,ଦାଶରଥି ଗରାବଡୁ ,ହେମନ୍ତ ପଣ୍ଡା,ନାରାୟଣ ମହାପାତ୍ର,ବିଜୟ ମହାପାତ୍ର,ଦୀପକ ମହାପାତ୍ର,ଗୋପନ ମହାସୁଆର,ସରୋଜ କୁମାର ପ୍ରଧାନ,ରମେଶ ମଲ୍ଲିଆ,ସରୋଜ ପଣ୍ଡା,ରମେଶ ବେହେରା,ସୈାମେନ୍ଦ୍ର ମହାପାତ୍ର ଆଦି ଅଂଶ ଗ୍ରହଣ କରିଥିଲେ ।