କାଶ୍ମୀର ପଣ୍ଡିତଙ୍କୁ ଟିଆରଏଫର ଧମକ- ‘ଉପତ୍ୟକା ଛାଡ଼, ନଚେତ୍ ମରିବାକୁ ପ୍ରସ୍ତୁତ ରୁହ’

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ପୁଣି କାଶ୍ମୀର ପଣ୍ଡିତମାନଙ୍କୁ ଧମକ ଦେଇଛି । ଟିଆରଏଫ ଏକ ନୋଟ ଜାରି କରିଛି ଯେ କାଶ୍ମୀର ପଣ୍ଡିତମାନେ ଉପତ୍ୟକା ଛାଡ଼ିବେ ନଚେତ୍ ମରିବାକୁ ପ୍ରସ୍ତୁତ ରହିବା ଉଚିତ । ଏଥିରେ କୁହାଯାଇଛି ଯେ ଉପତ୍ୟକାରେ ଚାକିରି ଦିଆଯାଉଥିବା କାଶ୍ମୀରୀ ପଣ୍ଡିତମାନେ ପ୍ରକୃତରେ ଦିଲ୍ଲୀର ଏଜେଣ୍ଟ ଅଟନ୍ତି । ସେମାନଙ୍କୁ ବଡ଼ ବଡ଼ ପଦବୀରେ ନିଯୁକ୍ତି ଦିଆଯାଉଛି ।

ଟିଆରଏଫ୍ କହିଛି ଯେ ଏ ନେଇ ଖୁବ୍ଶୀଘ୍ର ଉପତ୍ୟକାରେ ଏସବୁ ଲୋକଙ୍କୁ ଟାର୍ଗେଟ୍ କରାଯିବ ଓ ରକ୍ତର ସୁଅ ଛୁଟିବ । ଏହାପୂର୍ବରୁ ବୁଧବାର ଦିନ ଟିଆରଏଫ କାଶ୍ମୀରୀ ପଣ୍ଡିତମାନଙ୍କୁ ଉପତ୍ୟକା ଛାଡିବାକୁ ଧମକ ଦେଇଥିଲା । ହିନ୍ଦୁମାନଙ୍କ ପାଇଁ ଗମନାଗମନ ଆବାସିକ କଲୋନୀ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।

ନୋଟରେ ଟିଆରଏଫ କହିଛି ଯେ ଆମେ ପ୍ରକାଶ କରିଥିବା ତାଲିକା କାଶ୍ମୀର ପଣ୍ଡିତଙ୍କ ଶୁଭେଚ୍ଛୁ ହେବାକୁ ଚେଷ୍ଟା କରୁଥିବା ଲୋକଙ୍କ ଆଖି ଖୋଲିବ । ଏହି ଲୋକମାନେ ସର୍ବଦା ପୀଡିତ କାର୍ଡ ଖେଳିଛନ୍ତି ଏବଂ ଉଭୟ ପକ୍ଷର ଲାଭ ଉଠାଇବାକୁ ଚେଷ୍ଟା କରିଛନ୍ତି । ୧୯୯୦ ଦଶକ ପୂର୍ବରୁ ସେମାନେ ଆଇବି ପାଇଁ କାମ କରୁଥିଲେ, ବର୍ତ୍ତମାନ ଏହି ଲୋକମାନେ ସଂଗଠନର ଏଜେଣ୍ଡାରେ ଆଗେଇ ଆସିଛନ୍ତି ।