ଆନନ୍ଦପୁରରେ ବିଭତ୍ସ ହତ୍ୟା

ଭୁବନେଶ୍ୱର, ୨୬/୦୧ : ଆନନ୍ଦପୁରରେ ଘଟିଛି ବିଭତ୍ସ ହତ୍ୟା । ଘରୋଇ କଳିରୁ ଘଟିଛି ଟ୍ରିପଲ ମର୍ଡର । ଘଷିପୁରା ଥାନା ନିଆଳିଝରଣ ଗାଁର ଏ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦରୁ ବଡ଼ଭାଇ, ଭାଉଜ ଓ ଝିଆରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନ ଭାଇ । ଜମିବାଡ଼ି କଳହକୁ କେନ୍ଦ୍ରକରି ଲକ୍ଷ୍ମଣ ସୋରେନ ନିଜ ବଡ଼ ଭାଇ ଜିତେନ୍ଦ୍ର ସୋରେନଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କୁ ଟାଙ୍ଗିଆରେ ହାଣି ଜଘନ୍ୟ ଭାବେ ହତ୍ୟା କରିଛି । ଖବର ପାଇ ପୋଲିସ ପହଁଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସାନଭାଇ ଲକ୍ଷ୍ମଣକୁ ଅଟକ ରଖି ପଚରାଉଚରା କରୁଛି ।