ଓଲଟି ପଡିଲା ଲୁହା ରଡ୍ ବୋଝେଇ ଟ୍ରକ, ୧୩ ଶ୍ରମିକ ମୃତ

ମୁମ୍ବାଇ,୨୦/୮: ଲୁହା ରଡ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଓଲଟି ପଡିଲା ଲୁହା ରଡ୍ ବୋଝେଇ ଟ୍ରକ୍ । ଜୀବନ ହାରିଲେ ୧୩ ଶ୍ରମିକ । ପରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସମସ୍ତ ମୃତାହତ ବିହାରର ବୋଲି ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାରେ । ଏହି ଦୁର୍ଘଟଣାରେ ଅନ୍ୟ ୩ ଶ୍ରମିକ ଗୁରୁତର ଥିବା ମଧ୍ୟ ଜଣାପଡିଛି ।

ସୂଚନାନୁସାରେ, ବୁଲଢାଣା ଜିଲ୍ଲାରେ ଲୁହାର ରଡ୍ ଧରି ଏକ ଟ୍ରକ୍ କେଉଁଆଡେ ଯାଉଥିଲା । ତେବେ ଏହା ସିନ୍ଦଖରେଜା ତହସିଲ ନିକଟସ୍ଥ ତଢେଗାବ ପାଖରେ ଥିବା ସମୃଦ୍ଧି ଅଞ୍ଚଳରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଗୁରୁତରଙ୍କ ନିକଟରେ ଥିବା ଏକ ହସ୍ପିଟାଲ ନେଉଥିବା ବେଳେ ୩ ଜଣ ରାସ୍ତାରେ ଓ ଅନ୍ୟ ୨ ଜଣ ଚିକିତ୍ସିତ ଅବସ୍ଥାରେ ଜୀବନ ହାରିଥିଲେ ।

ଲୁହା ରଡ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ସମସ୍ତ ମୃତାହତ ବିହାରର ବୋଲି ସୂଚନା ମିଳିଛି । ପରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।