ଗୁଜୁରାଟ, ୧୮/୧୧ : ଗୁଜରାଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭଦୋଦରାସ୍ଥିତ ୱାଘୋଡିଆ କ୍ରସିଂ ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ୧୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ଦୁର୍ଘଟଣା ଯୋଗୁଁ ରାଜପଥ ଜାମ୍ ହୋଇଯାଇଥିବା ଜଣାପଡ଼ିଛି।
ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭଦୋଦରା ନିକଟରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଖୁବ ଶୀଘ୍ର ସୁସ୍ଥ ହୋଇଯିବାକୁ ସେ ପ୍ରାର୍ଥନା କରିଛନ୍ତି।