ଏଜି ଛକରେ କାରକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ

0

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଏଜି ଛକରେ ଏକ କାରକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ। ଏଥିରେ ଜଣେ ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ବିମଳ ରାଉଳ। ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି। ସୂଚନାନୁସାରେ ଆଜି ରାତି ପ୍ରାୟ ସାଢେ଼ ୧ ଟା ସମୟରେ ସାଂସଦଙ୍କ ଲୋକ ସମ୍ପର୍କ ଅଧିକାରୀ ବିମଳ ରାଉଳ କୌଣସି ଏକ କାମ ସାରି ଘରକୁ ଫେରୁଥିବା ସମୟରେ ଏଜି ଛକରେ ଏକ ବାଲି ବୋଝେଇ ଟ୍ରକ ତାଙ୍କ ଗାଡ଼ିକୁ ସମ୍ମୁଖ ଭାଗକୁ ଧକ୍କା ଦେଇଥିଲା।

ଟ୍ରକଟି ଧକ୍କା ଦେଇ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଦୁର୍ଘଟଣାରୁ ବିମଳ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଆହତଙ୍କ ଅବସ୍ଥା ଏବେ ସ୍ଥିରଥିବା ଜଣାପଡ଼ିଛି।

Leave A Reply

Your email address will not be published.