ଓ୍ବାସିଂଟନ, ୩୧/୫: ୨୦୨୦ରେ ଶୋଚନୀୟ ପରାଜୟ ପରେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ । ୨୦୨୪ ନିର୍ବାଚନରେ ପୁଣି ଥରେ ପ୍ରତିଦ୍ବନ୍ଦିତା କରିବେ ଟ୍ରମ୍ପ। ସ୍ବାସ୍ଥ୍ୟବସ୍ଥା ଭଲ ରହିଲେ ଟ୍ରମ୍ପ ଆଗାମୀ ନିର୍ବାଚନ ଲଢ଼ିବେ । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଚାଲିଛି।
କିଛି ଦିନ ପୂର୍ବରୁ ରୋନି ଜ୍ୟାକସନ୍ ଟ୍ରମ୍ପଙ୍କ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ସଙ୍କେତ ଦେଇଥିଲେ। ସେ କହିଥିଲେ, ‘ଟ୍ରମ୍ପ ପୁଣିଥରେ ନିର୍ବାଚନ ଲଢ଼ିବେ କହୁଛନ୍ତି । ପ୍ରକୃତରେ ସେ ଏହାକୁ ଦୃଢ଼ତାର ସହ ନେଇଛନ୍ତି। ବୋଧହୁଏ ସେ ଏହା କରିବେ । ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି।’ ଅନ୍ୟପଟେ ନିଜର ସ୍ବାସ୍ଥ୍ୟବସ୍ଥା ଠିକ ରଖିବାକୁ ଟ୍ରମ୍ପ ଜୋରଦାର କସରତ କରୁଥିବା ଜଣାପଡ଼ିଛି।