ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ଲକ୍ଷ୍ୟ ପୂରଣ ନହେବା ଯାଏଁ ଜାରି ରହିବ ଯୁଦ୍ଧ

ନୂଆଦିଲ୍ଲୀ, ୦୨/୦୩ : ଯୁଦ୍ଧ ଜାରି ରହିବ କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଶପଥ ୩ ସୈନ୍ୟଙ୍କ ବଳିଦାନ ବେକାର ଯିବନି । ଇରାନଠାରୁ ନିଆଯିବ ପ୍ରତିଶୋଧ । ଇରାନର ୯ଟି ଯୁଦ୍ଧଜାହାଜ ଧ୍ୱଂସ ହୋଇଛି । ଆଗକୁ ଧ୍ବଂସଲୀଳା ଜାରି ରହିବ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଅପରେସନ୍ ଏପିକ୍ ଫ୍ୟୁରି’ ବିଷୟରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ସେନା ଇରାନର ଶହ ଶହ ସ୍ଥାନରେ ଆକ୍ରମଣ କରିବା ସହ ୯ଟି ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଛି। ଆମେରିକାର ଲକ୍ଷ୍ୟ ପୂରଣ ନହେବା ଯାଏଁ ଏହି ଅଭିଯାନ ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଯୁଦ୍ଧ ଆହୁରି ୪ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ ସେ କହିଛନ୍ତି ।