ବଡ଼ ଝଟକା! ୨୫% କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ନୂତନ ମାଲିକ ହେବା ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିଷ୍ପତ୍ତି ନେବାରେ ହେଳା କରୁନାହାନ୍ତି । ଏଲନ୍ ମସ୍କଙ୍କ ଘନିଷ୍ଠ ବନ୍ଧୁମାନେ ସୂଚନା ଦେଇଛନ୍ତି ଯେ ଟ୍ୱିଟରର ୨୫ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ । ମସ୍କ ତାଙ୍କ ସହ ଛଟେଇ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆମେରିକାର ଖବରକାଗଜ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କଙ୍କ ଘନିଷ୍ଠ ସହାୟକମାନେ ସପ୍ତାହକ ମଧ୍ୟରେ ଟ୍ୱିଟରର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

ଟ୍ୱିଟରର ବିଷୟବସ୍ତୁ ନିୟନ୍ତ୍ରଣ ବ୍ୟତୀତ କର୍ମଚାରୀଙ୍କୁ ଛଟେଇ କରିବା ପ୍ରସଙ୍ଗରେ ଆଲେକ୍ସ ସ୍ପିରୋ ଜଣେ ଜଣାଶୁଣା ସେଲିବ୍ରିଟି ଓକିଲ ଯିଏକି ବହୁ ବର୍ଷ ଧରି ମସ୍କଙ୍କ ପ୍ରତିନିଧିତ୍ୱ ଭାବେ କାର୍ଯ୍ୟ କରିଆସୁଛନ୍ତି । ସୂଚନାନୁସାରେ, ଲିଗାଲ୍, ସରକାରୀ ସମ୍ପର୍କ, ନୀତି ଏବଂ ମାର୍କେଟିଂ ସମେତ ଟୁଇଟରରେ ଏକାଧିକ ଦଳ ପରିଚାଳନାରେ ସ୍ପିରୋ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ।

SBI_Festive_Digital Billboard