୪୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ଲମତାପୁଟ,୧୧/୮: ମାଛକୁଣ୍ଡ ପୋଲିସ ଧରିଛି ସ୍ଥାନୀୟ ୨ ଗଞ୍ଜେଇ ମାଫିଆକୁ । ଜୟନ୍ତଗିରି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ବାଦିଗଡ ଛକ ନିକଟରେ ନାକାବନ୍ଦୀ କରିଥିଲେ ।

ଜୟନ୍ତଗିରି ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନକୁ ଅଟକାଇଥିଲା ପୋଲିସ । ପୋଲିସ ବ୍ୟାରେକେଟକୁ ଭାଙ୍ଗି ଦ୍ରୁତ ଗତିରେ ଭ୍ୟାନ ନେଇ ଚାଲି ଯାଉଥିବା ବେଳେ ଗାଡ଼ିଟି ଓଲଟି ପଡ଼ିଥିଲା ଗାଡ଼ିରେ ଥିବା ଦୁଇ ମାଫିଆକୁ କାବୁ କରିବା ପରେ ଭ୍ୟାନକୁ ଯାଞ୍ଚ କରିବାରୁ ଭ୍ୟାନ ଡାଲାରେ ୨୧ଟି ବସ୍ତାରେ ପ୍ରାୟ ୪ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।ଏହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଯୁବକମାନେ ମାଛକୁଣ୍ଡର ଦେବେନ୍ଦ୍ର ବେହେରା ଏବଂ ଜୟନ୍ତଗିରି ଗ୍ରାମ ଘାସି ଖରା ବୋଲି ଜଣାପଡିଛି ।