ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ମୃତ

ଭୁବନେଶ୍ୱର, ୧୩/୦୪ : ସୋରଡା ଥାନା ପୋଡାଖାରୀ ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ୩ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସୋରଡା ସହରରେ ତିନିଗୋଟି ଦଣ୍ଡନାଚ ଲାଗିଥିଲା । ନାଚ ଦେଖିବା ପାଇ ପ୍ରବଳ ଭିଡ ଜମିଥିଲା । ସୋରଡା ଥାନା ନିକଟ ପୋଡାଖାରି ଗାଁ ନିକଟ ଜାତୀୟ ରାଜପଥରେ ଦୃତଗତିରେ ଥିବା ଦୁଇ ବାଇକ ମୁହାଁ ମୁହିଁ ପିଟି ହୋଇଥିଲା । ବାଇକରେ ବସିଥିବା ମହିଳାଙ୍କ ସମେତ ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବାହିନୀ ଆହତ ଓ ମୃତ ବ୍ୟକ୍ତିଙ୍କୁ ମେଡିକାଲକୁ ଅଣାଯାଇଥିଲା । ମୃତକ ଦୁଇଜଣ ଚାଞ୍ଚରାପଲ୍ଲୀର ବଳିଆ ମଲ୍ଲିକ ଓ ଗୋବିନ୍ଦପୁରର ଗୁରୁଦେବ ପ୍ରଧାନ ବୋଲି ଜଣାପଡ଼ିଛି ।