ଓଭରଟେକ୍ ହେଲା କାଳ : ବସ୍ ଦୁର୍ଘଟଣାରେ ୬ ମୃତ୍ୟୁ

ଲକ୍ଷ୍ନୌ, ୨୬/୮: ଆଜି ଉତ୍ତରପ୍ରଦେଶର ଲକ୍ଷ୍ନୌରେ କାକୋରୀ ଥାନା ଅନ୍ତର୍ଗତ ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଘଟିଛି। ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଜୋରସୋରରେ ଧକ୍କା ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ସହିତ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି। ଏମାନଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

ଲକ୍ଷ୍ନୌର କାକୋରୀ ଥାନା ଅନ୍ତର୍ଗତ ଅଂଚଳରେ ବଜାନଗର ମୋଡ଼ ନିକଟରେ ୨ଟି ବସ ପରସ୍ପରକୁ ଓଭରଟେକ୍‍ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସରେ ପ୍ରାୟ ୨୦ ରୁ ୨୨ ଜଣ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳକୁ ଏକ ଯାଞ୍ଚ କମିଟିକୁ ପଠାଯିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।