ଭୁବନେଶ୍ୱର, ୨/୧୧ : ବୌଦ୍ଧ-ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଏକ ଇନୋଭାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରେ ୮ ଜଣ ଗୁରୁତର ଅଛନ୍ତି ।
ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ଇନୋଭାକୁ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟମାନଙ୍କୁ ବୈଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାତ୍ରୀବାହୀ ବସ ହୀରାକୁଦ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି । ତେବେ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ ।