ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର, ୨୮/୧୦ : ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାମରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରଷ୍କାର ରାଶି ରହିଛି । ୪ଟି ରାଜ୍ୟରେ ଏମାନେ ମୋଷ୍ଟ ୱାଣ୍ଟେଡ ରହିଥିଲେ । ସିସି ମେମ୍ବର ପୁଲୁରି ପ୍ରସାଦ ରାଓର ତେଲେଙ୍ଗାନାରେ ହୋଇଥିବା ବେଳେ ସେ ୪୫ ବର୍ଷ ଧରି ମାଓ ସଙ୍ଗଠନରେ ଜଡିତ ଥିଲେ । ପ୍ରସାଦ ୧୭ ବର୍ଷ ଧରି ସିସି ମେମ୍ବର ରହିଥିଲେ । ବି. ପ୍ରକାଶ ମଧ୍ୟ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡିତ ଥିଲେ । ଏହି ଦୁଇ ନେତାଙ୍କ ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୋଲିସ ଆଶା କରୁଛି ।

SBI_Festive_Digital Billboard