ପୁଣି ହିଜାବକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ: ସ୍କୁଲ ପରୀକ୍ଷା ବାତିଲ୍

ହାୱଡ଼ା: ପଶ୍ଚିମବଙ୍ଗର ହାୱାଡ଼ାର ଏକ ସରକାରୀ ବିଦ୍ୟାଳୟରେ ହିଜାବକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିବା ଜଣାଯାଇଛି । ବିବାଦ ଏତେ ତୀବ୍ର ରୂପ ଧାରଣ କରିଥିଲା ଯେ ଚାଲିଥିବା ସ୍କୁଲ ପରୀକ୍ଷାକୁ ବାତିଲ କରିବାକୁ ପଡିଥିଲା । ହାୱାଡ଼ାର ଧୁଲାଗଡରେ ଉତ୍ତେଜନା ପରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ କରାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ କିଛି ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ପାଇଁ ହାଜର ହୋଇଥିଲେ । ତା’ପରେ ଅନ୍ୟ ଛାତ୍ରମାନଙ୍କର ଏକ ଗୋଷ୍ଠୀ ଏହାକୁ ବିରୋଧ କରି ପରୀକ୍ଷା ସମୟରେ ଏହାକୁ ନ ପିନ୍ଧିବାକୁ କହିଥିଲେ । ଏହା ପରେ କିଛି ହିନ୍ଦୁ ଛାତ୍ର ଭଗବାନ ଶିବଙ୍କ ଚିତ୍ର ଥିବା ଟି-ସାର୍ଟ ପିନ୍ଧି ବିରୋଧ ଆରମ୍ଭ କରିଥିଲେ । ଅନ୍ୟ ଗୋଷ୍ଠୀର ଝିଅମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଆଯିବା ପରି ହିନ୍ଦୁ ଛାତ୍ରମାନଙ୍କୁ ମଧ୍ୟ ଭଗବାନଙ୍କ ଚିତ୍ର ଥିବା ଟି-ସାର୍ଟି ପିନ୍ଧି ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉ ।

ଏହାକୁ ଜଣେ ମୁସଲମାନ ଝିଅ ବିରୋଧ କରି କହିଥିଲେ ଯେ ଏହା ସ୍କୁଲ ୟୁନିଫର୍ମର ଅଂଶ ନୁହେଁ । ଏହାକୁ ବିରୋଧ କରି କିଛି ଛାତ୍ର କହିଥିଲେ କି ତେବେ ତୁମେ କ’ଣ ପାଇଁ ହିଜାବ ପିନ୍ଧି ଆସିଛ? ଏହା କ’ଣ ସ୍କୁଲ୍ ୟୁନିଫର୍ମର ଅଂଶ କି? ଏହା ପରେ ଉଭୟ ପକ୍ଷର ପୁଅ ଏବଂ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ପରେ ଝଗଡା ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଜାନୁଆରୀ ମାସରେ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

SBI_Festive_Digital Billboard