ଭୁବନେଶ୍ୱର,୮/୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟ ବିରାଶାଳ ଏୟାରଷ୍ଟ୍ରିପରେ ଆଜି ସକାଳୁ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥରେ ୨ ଜଣ ଟ୍ରେନିଂ ପାଇଲଟଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
ସୂଚନା ଅନୁସାରେ ଆଜି ସକାଳ ୬ଟାରେ ବିରାଶାଳ ଏୟାରଷ୍ଟ୍ରିପରେ ବିମାନରେ ପାଇଲଟଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଏଥିରୁ ୨ ଜଣ ଖସିପିଡ଼ିଥିଲେ । ମୃତକଙ୍କ ମଧ୍ୟରୁ ଜଣେ ମହିଳା ବୋଲି ମଧ୍ୟ କୁହାଯାଉଛି । ଟ୍ରେନିଂ ସମୟରେ ବିମାନଟି ୧୦ ଫୁଟ ଉପରେ ଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ କାମାକ୍ଷା ନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ଟ୍ରେନିଂ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।ସମ୍ଭବତଃ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତ କାରଣ ଘଟଣାର ତଦନ୍ତ ପରେ ଜଣାପଡ଼ିବ ।