ନୂଆଦିଲ୍ଲୀ, ୧୩/୧୧: କୋଏମ୍ବାଟୁର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଦୁଇ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ଏହି ଦୁଇ ମହିଳା ଅନ୍ତବସ୍ତ୍ରରେ ୬୨ ଲକ୍ଷ ଟଙ୍କାର ୧.୧ କେଜି ସୁନା ନେଇ ଯାଉଥିବା ବେଳେ ଧରାପଡ଼ିଛନ୍ତି। ତେବେ ଗିରଫ ହୋଇଥିବା ଦୁଇ ମହିଳାଙ୍କ ନାଁ ଦେବନାନୀ ରାଧାକୃଷ୍ଣନ ଓ ବାସନ୍ତୀ ରାମାସ୍ବାମୀ। ଆଜି ୩.୩୦ରେ ଏୟାର ଆରବ ଫ୍ଲାଇଟ୍ରେ ଶରଜାହାରୁ କୋଏମ୍ବାଟୁର ପହଞ୍ଚିଥିଲେ ଦୁଇ ମହିଳା ।
ମିଳିଥିବା ସୂଚନା ଅନୁସାରେ, ସୀମା ଶୁଳ୍ମ ବିଭାଗ ଗୁପ୍ତ ସୂଚନା ପାଇ ଏୟାରପୋର୍ଟରେ ଦୁଇ ମହିଳାଙ୍କୁ ଯାଞ୍ଚ କରିଥିଲା। ମେଟାଲ୍ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯିବା ପରେ ମହିଳାମାନେ ବ୍ୟବହାର କରିଥିବା ସାନିଟାରି ନାପକିନ୍ରେ ସୁନା ଲୁଚାଇ ଆଣିଥିବା ଜଣାପଡ଼ିଥିଲା। ସୁନା ଜବତ କରିବା ସହ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇଛି।
ଦୁଇ ମହିଳା ଅଭିଯୁକ୍ତଙ୍କ ସମେତ ସେହି ସହରରୁ ଆସିଥିବା ଅନ୍ୟ ୫ ଜଣଙ୍କ ପାଖରୁ ୪୬ ଲକ୍ଷ ଟଙ୍କାର ସୁନା ସହିତ ମଦ, ସିଗାରେଟ୍ ଜବତ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ଚେନ୍ନାଇରୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପଟ୍ଟିନମ ଓ ଇଲ୍ୟାଗୁଡ଼ିର ବୋଲି ଜଣାପଡ଼ିଛି।