ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଦଶାମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି । ତେବେ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ କଲେଜରେ ନାମ ଲେଖା ଶୀଘ୍ର ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୪ଟି ବିଶ୍ୱବିଦ୍ୟାଳକୁ ଚିଠି କରାଯାଇ ସେମାନଙ୍କ ପ୍ରସ୍ତ।।ବ ଜାଣିବାକୁ ବିଭାଗ କରିଛି । ସାମ୍ସ ମାଧ୍ୟମରେ +୩ ନାମଲେଖାଉ ନ ଥିବା ତଥା ନୂଆ କରି ହୋଇଥିବା ବିଶ୍ୱବିଦ୍ୟାଳୟକୁ ବିଭାଗ ପକ୍ଷରୁ ପ୍ରସ୍ତାବ ମଗାଯାଇଛି । ଜୁନ ୧୬ ତାରିଖ ସୁଦ୍ଧା ସେମାନଙ୍କ ପ୍ରସ୍ତାବ ବିଭାଗର ହସ୍ତଗତ ହେବ ବୋଲି ବିଭାଗର ଉପନିର୍ଦ୍ଦେଶକ ରାଜେଶ ସାହୁ ସୂଚନା ଦେଇଛନ୍ତି ।