ଭୁବନେଶ୍ୱର,୧୨/୬: ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ହେବ । ଏନେଇ ୧୮ ତାରିଖରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ପିଲାମାନେ ପାଠପଢା ଜାରି ରଖନ୍ତୁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏ ନେଇ ୧୮ ତାରିଖରେ ପୁଣି କୁଳପତିମାନଙ୍କ ସହ ବୈଠକ ବସିବ ।
ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ୭ ଦିନ ମଧ୍ୟରେ ବିଭିନ୍ନ କୂଳପତିମାନେ ବିଭିନ୍ନ କଲେଜର ପ୍ରିନ୍ସିପାଲ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।