୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟ ଫାଇନାଲ ମ୍ୟାଚ୍ ଆଜି : ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ

ନୂଆଦିଲ୍ଲୀ, ୦୬/୦୨ : ଆଜି ୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟ ଫାଇନାଲ ମ୍ୟାଚ୍ । ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ । ହରାରେରେ ଦିନ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସ୍ପଷ୍ଟ ହେବ କିଏ ହେବ ଭାରତ ବିଶ୍ବଚାମ୍ପିଅନ୍ । ଏହି ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଭାରତ ୭ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିରେ ଇଂଲଣ୍ଡ ୨୭ ରନରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଭାରତ ଲଗାତାର ୭ମ ଥର ପାଇଁ ଫାଇନାଲରେ ପହଞ୍ଚି ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି । ସୂଚନାଯୋଗ୍ୟ ଯେ, ଭାରତ ପୂର୍ବରୁ ସର୍ବାଧିକ ୫ ଥର ବିଶ୍ୱକପ୍ ଟ୍ରଫି ଜିତି ସାରିଛି । ଇଂଲଣ୍ଡ ମଧ୍ୟ ଥରେ ବିଶ୍ବକପରେ ଚାମ୍ପିଅନ୍ ହୋଇଛି ।