ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥ ହୋଇ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ନିଶ୍ଵାସ ନେବାରେ ଅସୁବିଧା ହେବାରୁ ଗତକାଲି ରାତି ୨ ଟାରେ ଅମିତ ଶାହାଙ୍କୁ ଏମ୍‌ସରେ ଭର୍ତ୍ତି କରିଯାଇଥିବା ଜଣାପଡିଛି। ଅମିତ ଶାହାଙ୍କୁ ଦିଲ୍ଲୀ ଏମ୍‌ସର ଓଲ୍ଡ ପ୍ରାଇଭେଟ ୱାର୍ଡରେ ଚିକିତ୍ସା କରାଯାଇଛି ଏବଂ ବର୍ତ୍ତମାନ ତାଙ୍କର ସାମାନ୍ୟ ଜ୍ଵର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଦିଲ୍ଲୀ ଏମ୍‌ସର ନିର୍ଦେଶକ ଡକ୍ଟର ଗୁଲେରିଆଙ୍କ ତତ୍ତ୍ଵାବଧାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଶାହା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ।