ନୂଆଦିଲ୍ଲୀ, ୨୭/୦୩ : ଇରାନ-ଇସ୍ରାଏଲ୍ ଯୁଦ୍ଧ ଯୋଗୁଁ ଭାରତରେ ପୁଣି ଥରେ କୋଭିଡ୍ ଭଳି ଲକଡାଉନ୍ ଲାଗିବାକୁ ଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଯାହାକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ ଲାଗୁ କରିବା ଭଳି ପଦକ୍ଷେପ ଉପରେ କୌଣସି ପ୍ରକାର ବିଚାରବିମର୍ଶ କରାଯାଉନାହିଁ । ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଶାନ୍ତ ରହିବା ରହିବା ସହିତ ଦାୟିତ୍ୱସମ୍ପର୍ଣ୍ଣ ଏବଂ ଏକଜୁଟ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି । ହରଦୀପ ସିଂ ପୁରୀ ପୋଷ୍ଟ କରିଛନ୍ତି, ବିଶ୍ୱ ପରିସ୍ଥିତି ଅନିଶ୍ଚିତ ରହିଛି,ଏବଂ ଆମେ ଶକ୍ତି, ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଜଡିତ ବିକାଶ ଉପରେ ନିରନ୍ତର ନଜର ରଖୁଛୁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ସରକାର ନିଶ୍ଚିତ କରୁଛନ୍ତି ଯେ ଦେଶ ମଧ୍ୟରେ ଇନ୍ଧନ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ବିନା କୌଣସି ବାଧାରେ ଜାରି ରହିବ। ଆମେ ଯେକୌଣସି ସମ୍ଭାବ୍ୟ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।ଭାରତ ଅତୀତରେ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଏହାର ସ୍ଥିରତା ପ୍ରଦର୍ଶନ କରିଛି ଏବଂ ଆମେ ଆଗକୁ ସମୟୋଚିତ, ସକ୍ରିୟ ଏବଂ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବୁ। ଲକଡାଉନ ସମ୍ପର୍କରେ ପ୍ରଚାରିତ ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସରକାରୀ ସ୍ତରରେ ଏପରି କୌଣସି ପ୍ରସ୍ତାବ ବର୍ତ୍ତମାନ ବିଚାରାଧୀନ ନାହିଁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଆମେ ସମସ୍ତେ ଶାନ୍ତ, ଦାୟିତ୍ୱବାନ ଏବଂ ଏକତାବଦ୍ଧ ରହିବା ଅତ୍ୟନ୍ତ ଜରୁରୀ। ଏପରି ପରିସ୍ଥିତିରେ, ଗୁଜବ ପ୍ରଚାର କରିବା ଏବଂ ଅନାବଶ୍ୟକ ଭୟର ବାତାବରଣ ସୃଷ୍ଟି କରିବା ଦାୟିତ୍ୱହୀନ ଏବଂ କ୍ଷତିକାରକ।