ପ୍ରାକୃତିକ ଗ୍ୟାସ ମାର୍କେଟିଂ ସଂସ୍କାରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୭ /୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍‍ ବୈଠକରେ ପ୍ରାକୃତିକ ଗ୍ୟାସ ମାର୍କେଟିଂ ସଂସ୍କାରକୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି କେନ୍ଦ୍ର କ୍ୟାବିନେଟ୍‍ ନିଷ୍ପତ୍ତି ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ନୀତିଗତ ସଂସ୍କାରକୁ ମଞ୍ଜୁରି ଦେଇଥିବାରୁ ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦଜଣାଇଛନ୍ତି। ସେ କହିଛନ୍ତି ଦେଶର ଲୋକମାନଙ୍କ ପାଖରେ ସ୍ୱଚ୍ଛ ଉର୍ଜା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ। ଏହି ଆଧାରରେ ଏହି ସଂସ୍କାର ଅଣାଯାଇଛି। ସ୍ୱଚ୍ଛ ଏବଂ ପ୍ରତିଯୋଗିତା ମୂଳକ ପ୍ରକ୍ରିୟା, ନିର୍ଦ୍ଦିଷ୍ଟ ଫିଲଡ୍‍ ଡେଭଲପମେଣ୍ଟ୍‍ ପ୍ଲାନ (ଏଫଡ଼ିପି)ର ମାର୍କେଟିଂର ସ୍ୱାଧୀନତା, ବିଡ଼ିଂ ପ୍ରକ୍ରିୟାରେ ଜଡ଼ିତ ଗ୍ୟାସ ଉତ୍ପାଦନକାରୀ ସଂସ୍ଥାକୁ ଗ୍ୟାସ ବିକ୍ରି କରିବାକୁ ଅନୁମତି ଦେବା ଏବଂ ଉତ୍ପାଦନ ବଣ୍ଟନ ଚୁକ୍ତିରେ ମୂଲ୍ୟ ସ୍ଥିର କରିବାର ସ୍ୱାଧୀନତା ପ୍ରଦାନ କରିବାକୁ ଏହି ନୀତିର ଉଦ୍ଦେଶ୍ୟ ରହିଛି।

ଭାରତ ସରକାର ଗ୍ୟାସ ବ୍ୟବହାରକୁ ବଢ଼ାଇବା ଏବଂ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ପାଇଁ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍‍ କରିବା ପାଇଁ ୪ ଲକ୍ଷ କୋଟିରୁ ଉଦ୍ଧ୍ୱ ଟଙ୍କା ପୁଞ୍ଜିନିବେଶ କରାଯାଉଛି। ଏହି ମର୍ମରେ ଆଜି ଷ୍ଟାଣ୍ଡାଡାଇଜଡ୍‍ ଇ-ବିଡ଼ିଂ ପ୍ରକ୍ରିୟାକୁ କ୍ୟାବେନଟ୍‍ ମଞ୍ଜୁରି ଦେଇଛି। ଡାରେକ୍ଟର ଜେନେରାଲ ଅଫ୍‍ ହାଇଡ୍ରୋକାର୍ବନ ଏହି ଇଂ-ବିଡି ପ୍ଲାଟଫର୍ମକୁ ଉତ୍ପାଦନକାରୀ ସଂସ୍ଥାଙ୍କ ସାମ୍ନାରେ ଆଣିବେ ଏବଂ ଏଥିରେ ସରକାରୀ, କ୍ରେଡେବୁଲ ପ୍ଲାଟଫର୍ମ ହେବ, ନିୟମାବଳୀ ଜାରୀ କରାଯିବ ଓ ସୁବିଧା ନିମନ୍ତେ ଆନୁଷାଙ୍ଗିକ ବ୍ୟବସ୍ଥା ରଖାଯିବ। ଉତ୍ପାଦନକାରୀ ସଂସ୍ଥାଙ୍କ ହାତରେ ପ୍ଲାଟଫର୍ମ ଚୟନ କରିବାର ସ୍ୱାଧୀନତା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ପ୍ରାକୃତିକ ଗ୍ୟାସ ମାର୍କେଟିଂ ସଂସ୍କାର ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ର(ଇ ଆଣ୍ଡ ପି)ରେ ଥିବା ପ୍ରତିବନ୍ଧକକୁ ଦୂର କରିବ। ଏହି ଇ-ବିଡ଼ିଂ ପ୍ରକ୍ରିୟାରେ ଆଫିଲିଏଟ୍‍ କମ୍ପାନୀ ଗୁଡ଼ିକ ଅଂଶୀଦାର ହୋଇପାରିବେ।