ଭୁବନେଶ୍ବର,୪ /୩ : ଆସନ୍ତାକାଲି ପାଳନ ହେବାକୁ ଥିବା ପଞ୍ଚାୟତିରାଜ ଦିବସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଦିବସ ଉପଲେକ୍ଷ ସରକାରୀ ଛୁଟି ଘୋଷଣା କରାଯାଇଛି। ଫଳରେ ଆସନ୍ତାକାଲି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିବ। ଏଥିନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ରାଜ୍ୟର ସବୁ ବିଶ୍ବବିଦ୍ୟାଳୟର କୁଳପତି ଏବଂ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ଘୋଷଣା ପାଇଁ ପଦକ୍ଷେପ ନେବାକୁ ସେଥିରେ ଉଲ୍ଲେଖ କରିଛନ୍ତି।