ରାଜ୍ୟରେ ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ୍‌

ଭୁବନେଶ୍ୱର, ୨୪/୧୦ : ପୁଣି ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ। ସୁନ୍ଦରଗଡ଼ ଜିଲ୍ଲାରେ ଉପରମୁହାଁ ସ୍କ୍ରବ ଟାଇଫସ । ଜାନୁଆରିରୁ ଏବେ ପର୍ଯ୍ୟନ୍ତ ୧୫୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ୧୭ଟି ବ୍ଲକ ଓ ସମସ୍ତ ସହରାଞ୍ଚଳରୁ ରୋଗୀ ଚିହ୍ନଟ ହୋଇଛନ୍ତି । ୭ ହଜାର ୩୫୮ ଜଣଙ୍କ ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୫୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସ୍କ୍ରବ ଟାଇଫସର ସ୍ଥିତି ସାମନ୍ୟ ଅଛି ଏବଂ ଲୋକଙ୍କୁ ସଚେତନ କରିବା ସହିତ ଔଷଧ ମହଜୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟଚିକତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି । ସ୍କ୍ରବ ଟାଇଫସ୍ ସଂକ୍ରମଣକୁ ନେଇ କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ । ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ଖାଲି ପାଦରେ ବୁଲିବା ସଂକ୍ରମଣର କାରଣ ସ୍କ୍ରବ ଟାଇଫସ୍ ସଂକ୍ରମଣ କାହିଁକି ବ୍ୟାପୁଛି : ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବାଆସିବା କରିବା ସଂକ୍ରମଣର କାରଣ ବୋଲି ରିପୋର୍ଟରୁ ଜଣାପଡ଼ିଛି । ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ସଂଗୀନ ରହିଛି । ୨୦୨୩ରେ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବା ସହିତ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ହେଲେ ଏହି ରିପୋର୍ଟ କେବଳ ସୁନ୍ଦରଗଡ଼ ପାଇଁ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଗମ୍ଭୀର ସ୍ଥିତିକୁ ସୂଚୀତ କରିଥିଲା ।

 

SBI_Festive_Digital Billboard