ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ: ଓଡିଶାରୁ ସାତ୍ତ୍ୱିକ ସତ୍ୟକାମ ଦେବତା

 

ଭୁବନେଶ୍ୱର, ୦୬/୦୩ : ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି । ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଥିବାବେଳେ ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର ରହିଛନ୍ତି । ଚଳିତଥର ମୋଟ୍‌ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି ।