ନୂଆଦିଲ୍ଲୀ, ୩୧/୦୭ : କାଲିଫର୍ନିଆର ନେଭାଲ ଏୟାର ଷ୍ଟେସନ ଲେମୁର ନିକଟରେ ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ପାଇଲଟ୍ଙ୍କ ଜୀବନ ବର୍ତ୍ତିଯାଇଛି। ଉଚିତ୍ ସମୟ ମଧ୍ୟରେ ପାଇଲଟ୍ ତାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ଏବଂ ଏବେ ସେ ସୁରକ୍ଷିତ ଅଛନ୍ତି। ଏହି ବିମାନଟି ଷ୍ଟ୍ରାଇକ୍ ଫାଇଟର ସ୍କ୍ୱାଡ୍ରନ୍ ଭିଏଫ-୧୨୫ ‘ରଫ୍ ରେଡର୍ସ’ର ଥିଲା। ଏହି ୟୁନିଟର ବିମାନଗୁଡ଼ିକ ମୁଖ୍ୟତଃ ପାଇଲଟ୍ ଏବଂ ଏୟାର କ୍ରୁମାନଙ୍କୁ ତାଲିମ ଦେବା ପାଇଁ ବ୍ୟବହୃତ ହୁଏ। ଦୁର୍ଘଟଣା ପରଠାରୁ ଆମେରିକୀୟ ନୌସେନା ସତର୍କ ରହିଛି। ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଏଫ-୩୫ ବିମାନର ମୂଲ୍ୟ ପ୍ରାୟ ୧୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮୩୦ କୋଟି ଟଙ୍କା।
