ନୂଆଦିଲ୍ଲୀ, ୧୫/୧୧ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି ନିର୍ବାଚିତ କମଳା ହ୍ୟାରିସ୍ ଆଲୋକର ପର୍ବ ଦୀପାବଳି ଅବସରରେ ମିଳିତ ଭାବେ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଦୀପାବଳୀର ଶୁଭକାମନା ଜଣାଇଛନ୍ତି । ବାଇଡେନ କହିଛନ୍ତି, କୋଟି କୋଟି ହିନ୍ଦୁ, ଜୈନ, ଶିଖ ଓ ବୈଦ୍ଧାବଳମ୍ବୀ ଦୀପାବଳି ପର୍ବ ପାଳନ କରୁଛନ୍ତି । ସେମାନଙ୍କୁ ଆମ ତରଫରୁ ଦୀପାବଳି ଅଭିନନ୍ଦନ । ଦୀପାବଳି ଆପଣମାନଙ୍କର ଆଶା ଓ ଖୁସି ପୂରଣ କରୁ ।
ଡୋନାଲ୍ଡ ଟ୍ରମ୍ପ ନିଜର ଟୁଇଟରରେ ଏକ ଫଟୋ ଶେୟାର କରି କହିଛନ୍ତି ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ଭାରତ ସମେତ ବିଶ୍ୱବ୍ୟାପୀ ଆଜି ଦୀପାବଳି ପାଳନ ହେଉଛି ବୋଲି ଟ୍ରମ୍ପ କହିଛନ୍ତି । ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଲେଖିଥିଲେ ଯେ, ପବିତ୍ର ପରଂପରା ଆମ ଦେଶରକୁ ମଜବୁତ କରିଛି ଏବଂ ଲୋକଙ୍କୁ ଏକ ବନ୍ଧନରେ ବାନ୍ଧି ରଖିଛି ।