ଆଲୋବେରାକୁ କରନ୍ତୁ ଏପରି ବ୍ୟବହାର : ଦୂର ହେବ ଏହି ରୋଗ

ଆଲୋବେରା ହେଉଛି ଏକ ଔଷଧୀୟ ଗଛ ଯାହା ପ୍ରାଚୀନ କାଳରୁ ଘିଁ କୁଆରୀ ନାଁରେ ଜଣାଶୁଣା । ଏହା କଣ୍ଟାର ପତ୍ର ହୋଇଥାଏ ଯାହା ପାଖରେ ଅନେକ ରୋଗର ନିରାକରଣ ଗୁଣ ରହିଛି । ଆଲୋବେରାର ଜୁସ୍ ସେବନ କରିବା ଦ୍ବାରା ଶରୀରରୁ କମିଥିବା ପୋଷକ ତତ୍ବ ପୂରା ହୋଇଥାଏ । ଏହାର ୨୦୦ ପ୍ରଜାତି ଗଛ ଦେଖିବାକୁ ମିଳେ କିନ୍ତୁ ଆମର ମାତ୍ର ୫ ପ୍ରଜାତିର ଗଛ କାମରେ ଆସିଥାଏ । ବାୟୁ ଜନିତ ରୋଗ, ପେଟ ରୋଗ, ଆଂଠୁ ରୋଗ ଏବଂ ଅଲସର୍ ପରି ରୋଗରୁ ଆମକୁ ରକ୍ଷା କରିଥାଏ । ଏହା ଛଡା ପାଚନ ପକ୍ରିୟା ଓ ରକ୍ତହିନତା ରୋଗ ପାଇଁ ବହୁତ ହିତକର ହୋଇଥାଏ । ସବୁଠାରୁ ଖାସ୍ କଥା ଏହା କି ଆଲୋବେରାର ଜୁସର ଫାଇଦା ମାତ୍ର ୫-୧୦ ଦିନ ଭିତରେ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଫାଇଦା ମିଳିଥାଏ ।

ଶକ୍ତି ବଢାଇଥାଏ : ନିୟମିତ ଭାବେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରରେ ଶକ୍ତ ସଂଚାର ହୋଇଥାଏ । ଏହି ଜୁସରେ ଅନେକ ପ୍ରକାରର ପୋଷକ ତତ୍ବ , ଭିଟାମିନସ୍ ଏବଂ ମିନେରାଲ ରହିଛି ଯାହା ଦ୍ବାରା ଶରୀରର ଉତ୍ତମ ପରିବର୍ତ୍ତନ ଆସିଥାଏ ଏବଂ ସୁସ୍ଥ ରଖିଥାଏ । ଏହି ଜୁସ୍ ପାଇଁ ପ୍ରତିରକ୍ଷା କ୍ଷମତା ମଧ୍ୟ ବଢିଥାଏ । ୩ରୁ ୪ ଚାମଚ ଆଲୋବେରା ପାଣି ଖାଲି ପେଟରେ ସକାଳୁ ନିୟମିତ ପିଇଲେ ଫୁର୍ତ୍ତି ଲାଗିଥାଏ ।

କେଶ ଏବଂ ତ୍ବଚାର ସୁନ୍ଦରତା ବଢାଇଥାଏ : ଆଲୋବେରା ଜୁସ୍ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଲମ୍ବା ସମୟ ଯାଏ ଗ୍ଲେଜ୍ କମି ନଥାଏ । ଆଖି ତଳର କଳା ଦାଗ, ରୁକ୍ଷ୍ୟ ତ୍ବଚା, ବ୍ରଣ, ଖରାରେ ଝାଉଁଳି ପଡିଥିବା ତ୍ବଚା ସବୁକିଛି ସମସ୍ୟାରୁ ରକ୍ଷା ମିଳିଥାଏ । ଏହି ଜୁସକୁ ପିଇବା ଦ୍ବାରା ମଧ୍ୟ କେଶରେ ଚମକ ଆସିଥାଏ ଏହା ସହ ରୁପି ସମସ୍ୟାରୁ ଉପସମ ମିଳିଥାଏ । ଆଲୋବେରାର ରସକୁ ମେହେନ୍ଦୀରେ ମିଶାଇ କେଶରେ ଲଗାଇବା ଦ୍ବାରା କେଶର ରଙ୍ଗ ଚମକିବା ସହ ମଜଭୁତ୍ ରହିଥାଏ ।

ଭଲ ପାଚନ: ଆଲୋବେରା ଜୁସରେ ପ୍ରଚୁର ମାତ୍ରାରେ ପାଚକ ତତ୍ବ ରହିଥାଏ । ଏହି କାରଣ ପାଇଁ ପେଟ ଜନିତ ସମସ୍ୟା ଦେଖା ଯାଇ ନଥାଏ ।

ଓଜନ କମାଇଥାଏ : ନିୟମିତ ରୂପେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରର ଓଜନ କମିବାକୁ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ବାରା ବାରମ୍ବାର ଭୋକ ହୋଇ ନଥାଏ । ଏହି ଜୁସ୍ ଶରୀରକୁ ଦୁର୍ବଳ କରି ନଥାଏ ।

ଦାନ୍ତ ପାଇଁ ଉପକାରୀ : ଆଲୋବେରା ଜୁସ୍ ଦାନ୍ତ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହା ଆମ ଦାନ୍ତକୁ ପରିଷ୍କାର ରଖିବା ସହ ଜିବାଣୁ ମୁକ୍ତ ମଧ୍ୟ କରିଥାଏ ।

SBI_Festive_Digital Billboard